ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାର…ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି । ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।